ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଟମାଟରରେ ପୋଷକ ତତ୍ୱ ଭରପୁର ହୋଇରହିଛି । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ । ସେଥିପାଇଁ ନିୟମିତ ଖାଦ୍ୟରେ ଟମାଟର ସାମିଲ କରିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ।
ଟମାଟରରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । ଏହାସହିତ ପାଚନ ଶକ୍ତି ମଜବୁତ ହୋଇଥାଏ ।
ଟମାଟରରେ ପାଣି ଏବଂ ଫାଇବର ରହିଛି, ଯାହାଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହାସହିତ ଟମାଟରରେ ଭିଟାମିନ୍ କେ ଏବଂ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଯଦି କୌଣସି ବ୍ୟକ୍ତିଙ୍କର ହାଡ ଯନ୍ତ୍ରଣା ସମସ୍ୟା ରହିଛି ତେବେ ସେମାନଙ୍କୁ ନିୟମିତ ଟମାଟର ଜୁସ୍ ସେବନ କରିବା ଉଚିତ୍ ।
ଏହାବ୍ୟତିତ ଟମାଟରରେ ଭିଟାମିନ୍ ଏ ଭରପୁର ମାତ୍ରାରେ ଥିବାରୁ ଏହାଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ । ସେହିପରି ତ୍ୱଚା ଏବଂ ମଧୁମେୟ ରୋଗୀଙ୍କ ପାଇଁ ବି ଖୁବ୍ ଉପଯୋଗୀ ହୋଇଥାଏ ଟମାଟର ।