ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରୁଛନ୍ତି । କିନ୍ତୁ ଏହି ବୈଠକରେ ଯୋଗ ଦେଇନାହାନ୍ତି ପଶ୍ଛିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ବର୍ତ୍ତମାନ ନିର୍ବାଚନ ପ୍ରଚାର ଅଭିଯାନରେ ବ୍ୟସ୍ତ ଥିବାରୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଇନାହାନ୍ତି ବୋଲି ସୂଚନା ମିଳିଛି । ମମତା ବାନାର୍ଜୀଙ୍କ ପରିବର୍ତ୍ତେ ପଶ୍ଛିମବଙ୍ଗର ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବାନାର୍ଜୀ ଦିନ ୧୨ଟାରେ ଲାଲ୍ଗଡ଼ ରାଲି ଏବଂ ଦିନ ୨ଟାରେ ଗୋପୀବଲ୍ଲଭପୁରରେ ଅନ୍ୟ ଏକ ରାଲିରେ ଯୋଗ ଦେବେ।
ବର୍ତ୍ତମାନ ମହାରାଷ୍ଟ୍ର,ପଞ୍ଜାବ,ଗୁଜୁରାଟ,କର୍ଣ୍ଣାଟକ,ତାମିଲନାଡୁ,ଭଳି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏନେଇ ଆଜି ପୁଣି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।