କୋଲକତା(ଏଟିଆର ବ୍ୟୁରୋ):କେଲେକତା ରେଳବାଇ କାର୍ଯ୍ୟାଳୟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କାର ମୃତ୍ୟୁ ହୋଇଛି । ୯ ମୃତକଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଅଗ୍ନିଶମ କର୍ମଚାରୀ, ୨ ଜଣ ଆରପିଏଫ ଯବାନ ଓ ଜଣେ କୋଲକତା ପୋଲିସ ଏଏସଆଇ ହୋଇଥିବା ଜଣାପଡିଛି ।
ତେବେ ଏହି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ ।୧୭ ଟି ଦମକଳ ଟିମ ଆସି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୪ ଜଣ ଅଗ୍ନଶମ କର୍ମଚାରୀ ଲିପ୍ଟରେ ଫସି ଯାଇ ପୋଡି ହୋଇଯାଇଥିଲେ ।
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ଗଣ ମାଧ୍ୟମ ଆଗରେ ଶୋକ ପ୍ରକାଶ କରି ମୃତକଙ୍କ ପରିିବାରକୁ ୧୦ ଲକ୍ଷ ଟଙ୍କା ଦେବା ସହ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି କହିଛନ୍ତି ।ଅନ୍ୟପଟେ ପୋଲଇସ ୨୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।