କୋଲକତା(ଏଟିଆର ବ୍ୟୁରୋ):ମମତା ବାନାର୍ଜୀଙ୍କୁ ପୁଣିଥରେ ମିଳିଲା ଝଟକା । କ୍ୟାବିନେଟ ମନ୍ତ୍ରୀ ଅଧିକାରୀଙ୍କ ଭଳି ମମତାଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା । ଲକ୍ଷ୍ମୀ ରତନ ରାଜନୀତିରୁ ଓହରି ଜାଇଛନ୍ତି । ସେ ମନ୍ତ୍ରୀ ପଦ ସମେତ ହାଇୱାଡରେ ଟିଏମସିର ଜିଲ୍ଲା ଅଧ୍ୟକ୍ଷ ପଦବିରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।
କ୍ରିକେଟ ଛାଡି ରାଜନୀତିରେ ପାଦ ଦେଇଥିବା ଶୁକ୍ଳା ଟିଏସିରେ ଖୁସି ନ ଥିଲେ । ଏଥିପାଇଁ ସେ ଆଉ ରାଜନୀତିରେ ରହିବା ପାଇଁ ଚାହୁଁନାହାନ୍ତି । ଏହି କାରଣ ପାଇଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ବର୍ଷ ବିଧାନ ସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ବାରମ୍ଭାର ଝଟକା ଲାଗିଥିବାର ଦେଖିବାକୁ ମିଳୁଛି । ପ୍ରଥମେ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିଲେ ।
ଲକ୍ଷ୍ମୀଙ୍କ ବ୍ୟତୀତ ତାଙ୍କର ଅନ୍ୟ ସମର୍ଥକ ମାନେ ମଧ୍ୟ ତୃଣମୂଳକ କଂଗ୍ରେସ ଛାଡି ବିଜେପିରେ ଯୋଗ ନେଇଛନ୍ତି । ମମତା ବିଜେପିକୁ ଟାର୍ଗେଟ କରି କହିଛନ୍ତି କିଛି ଲୋକ କାଙ୍କ ଦଳରୁ ପଳାଇଲେ ତାଙ୍କର କୈାଣସି ପ୍ରଭାବ ପଡିବ ନାହିଁ ।ଏବଂ ସେ କହିଛନ୍ତି ପଶ୍ଛିମବଙ୍ଗ ପୁଣି ଥରେ ଟିଏମସି ସରକାର ଗଠନ କରିବ ।