ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିକାଲି ମୋଟାପଣ ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ହୋଇଛି । କାହିଁକି ନା ଅଧିକ ମୋଟା ହେବା ହେତୁ ଆପଣଙ୍କ ମନ ଭାଙ୍ଗି ଯାଉଛି । ଇଚ୍ଛା ଥିଲେ ମଧ୍ୟ ନିଜ ହିସାବରେ ପିନ୍ଧି ହେଉନି ଡ୍ରେସ । ଯାହା ପାଇଁ ସାଧାରଣତ ଆମେ ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ରାସାୟନିକ େଓøଷଧ ଖାଇଥାଉ । ଯାହା ଫଳରେ ଆମେ ଗୋଟେ ସମସ୍ୟାକୁ ଦୂର କରିବାକୁ ଯାଇ ଆହୁରି ଅନେକ ରୋଗକୁ ନିଜ ଶରୀରକୁ ଆମନ୍ତ୍ରଣ କରିଥାଉ । କିନ୍ତୁ ଆମ ପାଖରେ ଏମତି କିଛି ପ୍ରାକୃତିକ ଉପାଦେୟ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ।
ଯେମିତି କି ଦେଶୀ ଘିଅ । ସାଧାରଣ ତ ବହୁତ ଲୋକ ମାନେ ଭାବନ୍ତିକି ଘିଅ ଖାଇଲେ ଅଧିକ ମାତ୍ରାରେ ଚର୍ବି ହୋଇଥାଏ । କିନ୍ତୁ ଏହା ଭୁଲ ଧାରଣା । ଘିଅରେ ଭିଟାମିନ – ଏ, ଡି ଏବଂ କ୍ୟାଲସିଅମ, ଫସଫରସ, ମିନେରାଲ, ପୋଟାସିୟମ ଭଳି ପୋଷକ ତତ୍ୱ ମାନ ଘିଅରେ ରହିଥାଏ ଯାହା ଆମ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ । ଦେଶୀ ଘିଅରେ ରେ ଥିବା କଂଜୋଗ୍ରେଟିଡ ଲିନୋଲେନିକ ସିଏଲ ନାମକ ଓମେଗା -୬ ଫୈଟି ଏସିଡି ରହିଥାଏ ଯାହା କେବଳ ଓଜନ ନିୟନ୍ତ୍ରଣ ନୁହେଁ ବରଂ କ୍ୟାନସରକୁ କମ କରିଥାଏ ।
ସେହିଭଳି ଦେଶୀ ଘିଅରେ ସିଏଲଏ ମେଟାବ୍ଲେଜିମ କୁ ଠିକ ରଖିବା ସହିତ ଫ୍ୟାଟକୁ କମାଇଥାଏ । ଦେଶୀ ଘିଅରେ ଥିବା ଏମନୋ ଏସିଡ ରହିଥିବାରୁ ସେଲ ର ସାଇଜ ଠିକ ରଖେ । ସେହଭଳି ଏଥିରେ ଥିବା ସିଏଲଏ କାରଣରୁ ଏହା ଶରୀରରେ ଇନସୁଲିନକୁ କମ କରିଥାଏ । ଯାହା ଫଳରେ ଓଜନ କମିବା ସହିତ ସୁଗାର ମଧ୍ୟ ଠିକ ରହିଥାଏ ।