।
ବ୍ରହ୍ମପୁର(ଏଟିଆର ବ୍ୟୁରୋ); ବ୍ରହ୍ମପୁର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା । ସହରରେ ବହୁ ଦିନ ଧରି ଚାଲିଥିବା ଚୋରା ମଦ କାରବାରର ପର୍ଦ୍ଦାଫାସ କରିଛି ପୋଲିସ । ଏଥିସହ ଘଟଣାରେ ଜଡିତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ତେବେ ଏହି ଘଟଣା ସହ ସମ୍ପୃକ୍ତଥିବା ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇ ଯାଇଥିଲା । ଏହି ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ନାରାୟଣ ସାହୁ(୫୨),ଅନୀଲ କୁମାର ସାହୁ(୨୧) ଏବଂ ଗୁରୁବାରି ସାହୁ(୪୮) । ପୁଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ବିଦେଶୀ ଖାଲି ମଦ ବୋତଲ ଏବଂ ମଦ ବନଉଥିବା ସାମଗ୍ରୀକୁ ମଧ୍ୟ ଜବତ କରିଛି । ଆଜି ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି ସଦର ଥାନା ଏସପି ଶାନ୍ତନୁ କୁମାର ଦାଶ ।
ଏସପିଙ୍କ ସୂଚନା ମୁତାବକ ବୋରିଗାଁର ନାରାୟଣ ସାହୁଙ୍କର ଏକ ଜଳଖିଆ ଦୋକାନରେ ଚୋରା ବିଦେଶୀ ମଦ ପ୍ରସ୍ତୁତି କରାଯାଉଥିଲା । ସ୍ପିରିଟ ପାଣି ଏବଂ ରଙ୍ଗ ସାହାର୍ଯ୍ୟରେ ଏଠାରେ ବନା ଯାଉଥିଲା ବିଦେଶୀ ମଦ । ତେବେ ସବୁଠାରୁ ବଡ କଥା ହେଉଛି ଏହି ମଦ ବୋତଲରେ ଭର୍ତ୍ତି ହେବା ପରେ ସରକାରୀ ସ୍ୱିକୃତିପ୍ରାପ୍ତ ଷ୍ଟିକର ଏଥିରେ ମାରି ବଜାରକୁ ଯାଉଥିଲା । କୈାଣସି ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରିଥିଲେ ପୋଲିସ ।
ସବୁଠାରୁ ବଡ କଥା ହେଉଛି ଏମାନେ ଏହି ଷ୍ଟିକର କେଉଁଠୁ ଆଣୁଥିଲେ ? ଏମାନଙ୍କ ସହ କୈାଣସି ରାଜନେତା ଏବଂ ପୋଳିସର ହାତ ନାହିଁ ତ । କାରଣ ଏମାନେ କିପରି ଏତେ ଦିନ ଧରି ଏହି ବେପାର ଚଳାଇଥିଲେ ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ । ସାଧ।।ରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏହା ପୋଲିସର ଏକ ପ୍ରହସନ ନୁହେଁ ତ । କାରଣ ଜିଲ୍ଲାରେ ଗଞ୍ଜେଇ ଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ସବୁ ପ୍ରକାର ବେପାର ବଢ଼ୁଥିବାର ଖବର ପ୍ରତ୍ୟକ ଦିନ ପ୍ରକାଶ ପାଉଛି ।