ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୁରାଣ ଅନୁସାରେ ଶନି ଠାକୁର କୃପା କଲେ ଭକ୍ତର ସବୁ ଦୁଃଖ ଲାଘବ ହୋଇଥାଏ । ଆୁ ଦଯି ଶନି ଗ୍ରାସ କରନ୍ତି ତେବେ କୁବେର ବି ଗରିବ ପାଲଟି ଯିବ । ଜାଣନ୍ତୁ ଶନି ଠାକୁରଙ୍କୁ ଶାନ୍ତି କରିବା ପାଇଁ ରହିଛି କ’ଣ ସବୁ ନିତି ନିୟମ ।
୧- ଶନି ଦେଦବଙ୍କର କୃପା ପାଇବା ପାଇଁ ପ୍ରଥମେ ମାତା ପିତାଙ୍କର ସେବା ଓ ସମ୍ମାନ କରିବା ଉଚିତ । ଯଦି ଆପଣ ଆପଣଙ୍କ ପିତା ମାତାଙ୍କ ଠାରୁ ଦୂରରେ ରହୁଛୀନ୍ତି ତେବେ ଆପଣ ପ୍ରତିଦିନ ଫୋନ କରି ବାପା ମାଙ୍କ ଖବର ନେବା ସହିତ ପ୍ରତ୍ୟେକ ଦିନ ମନେମନେ ପ୍ରଣାମ କରିବା ଉଚିତ । ଯଦି ଆପଣ ବାପା ମାଙ୍କ ଫଟୋ ନିଜ ପର୍ସରେ ରଖୁଛନ୍ତି ତ ପିତା ମାତାଙ୍କ ଶ୍ରୀଚରଣର ଫଟୋ ମଧ୍ୟ ରଖିବାକୁ ଭୁଲନ୍ତୁ ନାହିଁ ।
୨- ଶନି ମହାପ୍ରଭୁଙ୍କୁ ଶାନ୍ତି କରିବା ପାଇଁ ପ୍ରମୁଖ ଉପାୟ ହେଉଛି ଭୋଳାନାଥ ଶିବଙ୍କ ଉପାସନା କରିବା ଏକ ଶିଦ୍ଧ ଉପାୟ । ନିୟମ ମୁତାବକ ଶିବଙ୍କ ସହସ୍ର ନାମ ଏବଂ ଶିବ ପଞ୍ଚକ୍ଷରୀ ମନ୍ତ୍ର ପାଠ କଲେ ଶନିଙ୍କ ପ୍ରକୋପ ଦୂର ହୋଇଥାଏ । ଏହି ଉପାୟରେ ଶନିଙ୍କ ପ୍ରଭାବରେ ସମସ୍ତ ନକରାତ୍ମକ ପ୍ରଭାବ ଦୂର ହୋଇ ଯାଇଥାଏ ।
୩- ସେହିଭଳି ବଜରଙ୍ଗବାଲିଙ୍କ ସାଧନା ଦ୍ୱାୀର ମଧ୍ୟ ଶନି ଦଶା ଲାଘବ ହୋଇଥାଏ । କୁଣ୍ଡଳିରୁ ଶନି ଦଶା ଦୂର କରିବା ପାଇଁ ପ୍ରତ୍ୟକ ଦିନ ସୁନ୍ଦରାକାଣ୍ଡ ବା ହନୁମାନ ଚାଳିଶା ପାଠ କରିବା ସହିତ ପ୍ରତ୍ୟକ ଦିନ ହନୁମାନ ମନ୍ଦିର ଯାଇ ହନୁମାନଙ୍କୁ କିଛି ମିଠା ଫଳ ଭୋଗ ଲଗାଇଲେ ଏଥିରୁ ଆସ୍ୱସ୍ଥ ମିଳିପାରେ ।
୪- ଏନିବାର ଦିନ ଶନିଦେବଙ୍କୁ ୁନୀଳ ଅପରାଜିତା ଫୁଲ ଚଢାଇଲେ ମଧ୍ୟ ଶନି ପ୍ରଶନ୍ନ ହୋଇଥାନ୍ତି । ସେହିଭଳି ଶନିବାର ଦିନ ମହାରାଜ ଦଶରଥଙ୍କ ଲିଖିତ ଶନି ପୁରାଣ ପାଠ କରିବା ଉଚିତ ।