ପଟ୍ଟାମୁଣ୍ଡାଇ(ଏଟିଆର ବ୍ୟୁରୋ):ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ।ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଗଣନା ଚାଲିବ । ୫ ଟି ରେଞ୍ଚରେ ବିଦେଶୀଗତ ପକ୍ଷୀଙ୍କ ଗଣନା କରାଯିବ । ଓଡିଶାରେ ପକ୍ଷୀ ଗଣନା ପାଇଁ ୧୬ ଟି ଟିମ ଗଠନ କରାଯାଇଛି । ପ୍ରତି ଟିମ ରୁ ୫ ଟି ଲେଖାଏଁ ସଦସ୍ୟ ରହିଛନ୍ତି ।
ଭିତରକନିକା ଜାତୀୟ ଉଦ୍ୟାନରୁ ରାଇପାଟିଆ , ସାତଭାୟା ଘେରି , ବରୁଣେଇ ମୁହାଣ , ବତୀଘର , ପହରାଜପୁର , ଖୋଳା, ନଳିତା ପାଟିଆ , ଏକମାଣିଆ , ରାଜଗଡ ଆଦି ପ୍ରଭୂତି ସ୍ଥାନରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ । ପ୍ରତି ଟିମ କୁ ୱାକିଟକି , ବାଇନାକୁଲର , ଜିପିଏସ , ପ୍ରଭୂତି ଯନ୍ତ୍ର ଦିଆଯାଇଛି ।
୧୬ ଟି ଟିମର ମୁ୍ଖ୍ୟ ଭାବେ ସଂଜୟ କୁମାର, ବିରଜା ପ୍ରସାଦ ପତି,ମାଇକେଲ ପିଟର , ବିଂରଚି ନାରାୟଣ ସାମଲ , ବିଜୟ କୁମାର କବି , ଲକ୍ଷ୍ମୀଧର ମିଶ୍ର, ମଧୁସ୍ମିତ ପତି , ନବୀନ କୁମାର ମଲ୍ଲିକ ଆଦି ଏହି ଗଣନାରେ ଯୋଗଦେବେ । ଚଳିତ ବର୍ଷ ପାଗ ଭଲଥିବାରୁ ଅଧିକ ପକ୍ଷୀ ଆସିଥିବାର ଆଶା ରଖିଛନ୍ତି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ।