କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଆସନ୍ତା ଜାନୁଆରୀ ୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ । କୁମ୍ଭୀର ଗଣନା ପାଇଁ ଅଭୟାରଣ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । କୁମ୍ଭୀର ଗଣନା ସମୟରେ ପର୍ଯ୍ୟଟକଙ୍କ ବୋଟ ଚଳାଚଳ ଦ୍ୱାରା ଗଣନା ଭୁଲ ହୋଇ ଯିବା କାରଣରୁ ୧୩ ପାଇଁ ବନ୍ଦ ରଖାଯାଇଛି । ତେବେ ଏହି ଗଣନା କୁମ୍ଭୀର ବିଷାରଦ ଡାକ୍ତର ସୁଧାକର କରଙ୍କ ନେତୃତ୍ୱରେ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭିତରକନିକା ଅଭୟାରଣ୍ୟ ଦେଖବିା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ମଧ୍ୟ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଠାକାର ପରିବେଶ ସମସ୍ତଙ୍କ ମନମୋହିନେଇଥାଏ । କୁମ୍ଭୀର ଦେଖିବା ପାଇଁ ମଧ୍ୟ ପର୍ଯ୍ୟଟକଙ୍କ ଛୁଅ ଛୁଟିଥାଏ । ଶିତ ଦିନ ହୋଇଗଲେ ପିକନିକ୍ ପାଇଁ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ତେବେ ଦୀର୍ଘ ଦିନ ପାଇଁ ବନ୍ଦ ହେବା ଜାଣିବା ପରେ ପର୍ଯ୍ୟଟକଙ୍କ ମନ ଦୁଃଖ ହୋଇ ଯାଇଥିବା ଦେଖିବାକୁ ମିଳିଛି ।