କେନ୍ଦ୍ରାପଡା(ଏଟିଆର ବ୍ୟୁରୋ):ଦୀର୍ଘଦିନ ଧରି କୁମ୍ଭୀର ଗଣନା ପାଇଁ ବନ୍ଦ ରହିଥିବା ଭିତରକନିକା ଆଜିଠାରୁ ଖୋଲିବ । କୁମ୍ଭୀର ଗଣନା ପାଇଁ ରାଜନଗର , ମହାକାଳପଡା , କନିକା , ଗହିରମଥା ରେଞ୍ଜରେ ୨୨ ଟି ଟିମ କରାଯାଇଥିଲା । ଯନ୍ତ୍ର ଚାଳିତ ବୋଟ ପାଇଁ ଗଣନାରେ ବାଧାପ୍ରାପ୍ତ ହୋଇଥିବାରୁ ଗଣନା କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ପର୍ଯ୍ୟାଟନ ମାନଙ୍କୁ ଅଭୟାରଣ୍ୟକୁ ବାରଣ କରାଯାଇଥିଲା ।
ଅଭୟାରଣ୍ୟ ମଧ୍ୟକୁ ୫୦୦ ପର୍ଯ୍ୟାଟନ ଙ୍କ ପ୍ରବେଶ ନିଷ୍ପତ୍ତି କୁ କୋହାଳ କରିବା ପାଇଁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିତରକନିକାକୁ ବୁଲିବା ପାଇଁ ଆସିଥିବା ବେଳେ ଇକୋ ରିଟ୍ରିଟ୍ରେ ରାତ୍ରି ଯାପନ କରିଥିବା ବେଳେ ସକାଳ ଭିତରକନିକାକୁ ପ୍ରବେଶ କରିଥିଲେ ।