ଚାନ୍ଦବାଲି (ଏଟିଆର ବ୍ୟୁରୋ): ରାଜ୍ୟ ତଥା ରାଜ୍ୟ ବାହାରୁ ଭିତରକନିକା ବୁଲିବା ପାଇଁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ । ଡିସେମ୍ବରରୁ ଜାନୁଆରୀ ଯାଏଁ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ । ଜଳଯାତ୍ରାର ମାଜା ନେଇଥାନ୍ତି ପର୍ଯ୍ୟଟକ । କିନ୍ତୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଛି ।
ବନ ବିଭାଗ ପକ୍ଷରୁ ଆସନ୍ତା ୧୪ ଯାଏଁ ଭିତରକନିକା ବନ୍ଦ ଥିବା ବେଳେ ୧୪ ତାରିଖ ପରେ ଖୋଲିବ ଭିତରକନିକା । ପୁଣି ଚାନ୍ଦବାଲିରୁ ଜଳପଥରେ ଭିତରକନିକା ଯାତ୍ରା କରିପାରିବେ ପର୍ଯ୍ୟଟକ । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ରହିଛି ।