ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ରାଜ୍ୟରେ ସ୍ଥିତି ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି । କରୋନା ପାଇଁ ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ରରେ କିଭଳି ସୁଧାର ଆସିବ ସେଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀମାନ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ ଆଜିଠୁ ଖୋଲିଛି ଭିତର କନିକା ଜାତୀୟ ଉଦ୍ୟାନ ।
କିନ୍ତୁ ସମସ୍ତ ପର୍ଯ୍ୟଟନଙ୍କୁ ଭିତର କନିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କେବଳ ରାତ୍ରୀଯାପନ କରିବା ପାଇଁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଭିତର କନିକାର ବୁଲିବାର ସୁଯୋଗ ଦିଆଯିବ । ସେମାନେ ଡଙ୍ଗମାଳଠାରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ପର୍ଯ୍ୟଟକମାନେ କୋଭିଡ ଗାଇଡଲାଇନ ମାନି ଅଭ୍ୟାରଣ୍ୟ ଭିତରେ ବୁଲିପାରିବେ ।
ଡଙ୍ଗମାଳଠାରେ ଥିବା ୧୬ଟି କଟେଜରେ ରାତୀଯାପନ କରିପାରିବେ ପର୍ଯ୍ୟଟକ । ଏହି କଟେଜ ବୁକ୍ ପାଇଁ ସେମାନେ ଇକୋ ଟୁରିଜମ୍ ରେ ଅନଲାଇନ ବୁକ୍ କରି ପାରିବେ ।