ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସର୍ତ୍ତ ସହିତ ଅତ୍ୟାବଶ୍ୟକ ସହିତ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାଧାରଣ ଲୋକଙ୍କ ମନରେ ଏବେ ମଧ୍ୟ ଦ୍ୱନ୍ଦ ଲାଗି ରହିଛି । କି ଦୋକାନ ଖୋଲିବ କି ଦୋକାନ କେଶଳିବ ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ରହିଛି । ସେହିଭଳି ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଏବେ କିଛି ଲୋକଙ୍କ ମନରେ ସୃଷ୍ଟି ହୋଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକଣା କୋହଳ ହେବା ପରେ ରାଜଧାନୀରେ କଟକଣା କୋହଳ ହେବ କି ନାହିଁ । ତେବେ ମହାନଗର ନିଗମ ସୂଚନା ଅନୁସାରେ ରାଜଧାନୀରେ ପୂର୍ବଭଳି ଲକ ଡାଉନ କଟକଣା ବଳବତ୍ତର ରହିବ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଯେହେତୁ ରାଜଧାନୀ ହଟସ୍ପଟ ଜେ।।ନରେ ରହିିଛି ତେଣୁ ଏଠାରେ କଟକଣା ବଳବତ୍ତର ରହିବ ।
ସୂଚନାଯୋଗ୍ୟ ରାଜ୍ୟରେ ୧୦୩ ପଜିଟିଭ ଚିହହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୪୬ ଜଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅର୍ଥାତ ଭୁବନେଶ୍ୱରର ବଭିନ୍ନ ଅଞ୍ଚଳର । ସେମାନଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ମଧ୍ୟ ୨୨ ଜଣ ଚିକିତ୍ସାଧୀନ ଅଛନ୍ତି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।