ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକାଧିକ କରୋନା ମାମଲା ଚିହ୍ନଟ ହେବା ପରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରିଛି ବିଏମସି । ୩ ଦିନ ପର୍ଯ୍ୟନ୍ତ ଅର୍ଥାତ ଆଜିଠୁ ଆସନ୍ତା ୨୬ ତାରିଖ ଯାଏଁ କୋର୍ଟ କମ୍ପ୍ଲେକ୍ସକୁ ବନ୍ଦ କରାଯାଇଛି ।
ଜୁଡିସିଆଲ କମ୍ପ୍ଲେକ୍ସର ୧୫ କର୍ମଚାରୀ ସମେତ ଏକାଧିକ ଓକିଲ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିପାଇଁ ୩ ଦିନ ପାଇଁ କୋର୍ଟ କମ୍ପ୍ଲେକ୍ସକୁ ବନ୍ଦ କରାଯାଇଛି । ଏନେଇ ବିଏମସି ସାଉଥ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି ।
କୋର୍ଟ କମ୍ପ୍ଲେକ୍ସକୁ ପ୍ରଥମେ ସାନିଟାଇଜ କରାଯିବ । କୋର୍ଟ କମ୍ପେ୍ଲକ୍ସ ପରିସରରେ ଆରଟିପିସିଆର ଟେଷ୍ଟ ପାଇଁ ୨୭ ତାରିଖରେ କ୍ୟାମ୍ପ କରାଯିବ ।