ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସେନାରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱର ୧୨୦ ବ୍ୟାଟାଲିୟନରେ ହେଉଥିବା ଚୟନ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କୁ ଖାଦ୍ୟ ଯୋଗାଇଛନ୍ତି ମାରୱାଡି ସମାଜ । ଭୁବନେଶ୍ୱର କମିଶନରେଟ ପୋଲିସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ତେବେ ଏହାକୁ ନେଇ ମାରୱାଡି ସମାଜର ସଭାପତି ସଂଜୟ ଲାଠ କହିଛନ୍ତି କମିଶନରେଟ ପକ୍ଷରୁ ଏମିତି ଏକ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାରୁ ସେ କମିଶନରେଟ ପୋଲିସକୁ ଧନ୍ୟବାଦ ଦେଇଥିବା ବେଳେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସମାଜର ଏହି ମଙ୍ଗଳମୟ କାର୍ଯ୍ୟକୁ ନେଇ ସାଧାରଣରେ ବେଶ ପ୍ରଂଶସା ମିଳିଛି ।
ଅନ୍ୟପଟେ ବିଏମସି ପକ୍ଷରୁ ପାନୀୟ ଜଳ , ଶୌଚାଳୟ ଏବଂ ଯୁବକ ମାନଙ୍କ ରହିବା ପାଇଁ ଆବାସର ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀଙ୍କ ରହିବା ପାଇଁ ୟୁନିଟ-୮ କମ୍ୟୁନିଟ ସେଣ୍ଟର, ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର, ୟୁନିଟ-୬ କଲ୍ୟାଣ ମଣ୍ଡପ, ଭିଏଏସ ନଗର କଲ୍ୟାଣ ମଣ୍ଡପ, ଚନ୍ଦ୍ର ଶେଖରପୁର କଲ୍ୟାଣ ମଣ୍ଡପ, କଟକ ରୋଡ ଯାତ୍ରୀ ନିବାସ, ବଡଗଡ କଲ୍ୟାଣ ମଣ୍ଡପରେ ବ୍ୟବସ୍ଥା କରାଯାଇଛି ।