ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜଧାନୀ ଭୁବନେଶ୍ୱରେ କରୋନା କୋପ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ହାର ବଢି ଚାଲିଛି । ଏହାସହିତ କଟକଣା ମଧ୍ୟ ଜାରି ରହିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଭୁବନେଶ୍ୱରର ଆଉ ୧୧ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ନର୍ଥ ଜୋନ୍ ର ୪ ଟି ଓ ଦକ୍ଷୀଣପୂର୍ବ ଜୋନର ୭ଟି ସ୍ଥାନକୁ କଣ୍ଟେନମେଣ୍ଟ କରିଛି ବିଏମସି । ୭ ଦିନ ପର୍ଯ୍ୟନ୍ତ କଟକଣା ଏହି ସ୍ଥାନରେ ବଳବତ୍ତର ରହିବ ।