ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲିବ ରାଜଭବନ ଉଦ୍ୟାନ । ଆସନ୍ତା ଜାନୁଆରୀ ୫ରୁ ୧୯ ଯାଏଁ ଖୋଲିବ ରାଜଭବନ ଉଦ୍ୟାନ । ରାଜଭବନରେ ଲଗାଯାଇଥିବା ଭଳି କି ଭଳି ଫୁଲ ବଗିଚା ସହ ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ରାଜଭବନରେ ଥିବା ଗୋଲାପ ଉଦ୍ୟାନ, ୱାଟର ଫାେଉଂଟନ, ମ୍ୟୁଜିକାଲ ଫାେଉଂଟନ, ମୟୁର, ବତକ, ହରିଣ ପାର୍କ, କକାଟେଲ ପକ୍ଷୀ ଘର ଓ ସର୍ବପରି ଉଦ୍ୟାନର ସବୁଜିମାଗୁଡିକ ଲୋକଙ୍କୁ ବିଶେଷ ଆକର୍ଷିତ କରିବ ।
ରାଜ୍ୟଭବନରେ ଥିବା କିସମ କିସମର ଫୁଲକୁ ଦେଖିବା ପାଇଁ ଲୋକଙ୍କୁ ବିମୋହିତ କରିବ । ପ୍ରତିବର୍ଷ ରାଜଭବନର ଉଦ୍ୟାନକୁ ଦେଖିବା ପାଇଁ ଅନେକ ସଂଖ୍ୟାକ ପର୍ଯ୍ୟଟକ ରାଜଭବନକୁ ଯାଇଥାନ୍ତି । ତେବେ ଛୁଟିଦିନ ଓ ରବିବାର ସହିତ ଅପରାହ୍ନ ସାଢେ ୨ଟାରୁ ୫ଟା ପର୍ଯ୍ୟନ୍ତି ସର୍ବସାଧାରଣ ଉଦ୍ୟାନକୁ ପରିଦର୍ଶନ କରିପାରିବେ । ଅନ୍ୟପଟେ ଉଦ୍ୟାନକୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ପ୍ରବେଶ କରିହେବ । ସେହିପରି ରାଜଭବନ ପରିଦର୍ଶନ କରିବା ସମୟରେ କୌଣସି ବି ଖାଦ୍ୟ ସାମଗ୍ରୀ ବା ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ନନେବା ପାଇଁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।