ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସ ତାଲିକା ଜାରି କରଯାଇଛି । ଏଥିରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ୧୦ ଲକ୍ଷରୁ କମ ଲୋକ ବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ୱରରେ ରହିବାକୁ ଅଧିକ ଲୋକ ପସନ୍ଦ କରୂଛନ୍ତି ।
ସେହିପରି ଉତ୍ତମ ବାସସ୍ଥାନ ଭାବେ ପ୍ରଥମ ସ୍ଥାନରେ ସିମଲ ରହିଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ଏକ ସହା ଭାବେ ରାଉରକେଲା ୫୪ ତମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମକୁ ୨୫ ତମ ସ୍ଥାନ ମିଳିଛି ।
ମାପଦଣ୍ଡରେ ସହରବାସୀ କିପରି ସୁବିଧା ପାଉଛନ୍ତି ଓ କେଉଁ ସହର କେତେ ସୁବିଧା ପାଉଛନ୍ତି ଏନେଇ ସର୍ଭେ କରାଯାଇଥିଲା । ଏହି ସର୍ଭେ ରେ ୧୧୧ ଟି ଦେଶର ସର୍ଭେ ହୋଇଥିଲା ।ସର୍ଭେ ରେ ଭୁବନେଶ୍ୱର ବାସିନ୍ଦା ଅଧିକ ମତାମତ ଦେଇଥିଲେ । ଏହି ତାଲିକା ମଧ୍ୟରେ ରହିଛି ଶିମଳା ୬୦.୯୦ ସ୍କୋର , ଭୁବନେଶ୍ୱରକୁ ୫୯.୮୫, ମିଳିଥିବା ବେଳେ ଅନ୍ୟ ସହର ଗୁଡିକ ମଧ୍ୟରେ ସିଲଭାସା ୫୮.୪୩ ସ୍କୋର ସହ ତୃତୀୟ, କାକିନାଡା ୫୬.୮୪ ସ୍କୋର ସହ ଚତୁର୍ଥ ଓ ସେଲମ୍ ୫୬.୪୦ ସ୍କୋର ସହ ପଞ୍ଚମ ସ୍ଥାନରେ ରହିଛି।
ସହରରେ ଲୋକଙ୍କ ଜୀବନଶୈଳୀ, ଆର୍ଥିକ ସାମର୍ଥ୍ୟ, ନିରନ୍ତର ବିକାଶ, ନାଗରିକଙ୍କ ମତାମତ ଆଦିକୁ ବିଚାର କରି
ଏହି ସର୍ଭେ ହୋଇଥିଲା। ଏହି ଚାରିଟି ବର୍ଗରେ ୧୩ଟି ଶ୍ରେଣୀ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ଓ ଆଶ୍ରୟସ୍ଥଳୀ, ସଫେଇ, ଗମନାଗମନ ବ୍ୟବସ୍ଥା, ସୁରକ୍ଷା ଓ ନିରାପତ୍ତା, ଆମୋଦପ୍ରମୋଦ, ଆର୍ଥିକ ଉନ୍ନତି ସ୍ତର, ଆର୍ଥିକ ସୁଯୋଗ, ସବୁଜିମା, କୋଠାବାଡ଼ି, ଶକ୍ତି ସଂରକ୍ଷଣ, ସହରର ସ୍ଥିରତା ଆଦି ଉପରେ ସର୍ଭେ ହୋଇଥିଲା।