ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆକ୍ସନ ମୁଡ୍ ରେ କମିଶନରେଟ ପୋଲିସ । ରଙ୍ଗ ରୁଟରେ ଗାଡି ଚଳାଉଥିବା ଚାଲକଙ୍କ ଉପରେ ଦୃଢ କାର୍ଯନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଗତକାଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରଙ୍ଗ ରୁଟରେ ଗାଡି ଚାଳଣ ରୋକିବା ପାଇଁ ସ୍ପାଇକ୍ ବ୍ୟାରିଅର ଲଗାଇବାର ବ୍ୟବସ୍ଥା କରିବା ନେଇ ବୟାନ ଦେଇଥିଲେ ।
ତେବେ ଆଜି କମିଶନରେଟ ପୋଲସି ରଙ୍ଗ ରୁଟରେ ଗାଡି ଚଳାଉଥିବା ୬୯ଜଣ ଚାଳକଙ୍କୁ ଧରି ସେମାନଙ୍କ ନାଁରେ କୋର୍ଟରେ ମାମଲାରୁଜୁ କରିଛି । ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଥିବାରରୁ ଚାଳକଙ୍କ ଠାରୁ କୌଣସି ପ୍ରକାରର ଫାଇନ ଆଦାୟ କରାଯାଇ ନାହିଁ । କୋର୍ଟର ଆଦେଶ ପରେ ଫାଇନ ଆଦାୟ କରାଯିବ ବୋଲି ସୂଚନା ମିଳିଛି ।