ଭୁବନେଶ୍ୱର (ଏଟିଆର ବ୍ୟୁରୋ) କରୋନା ପାଇଁ ଏବେ ଚାରିଆଡେ ଚିନ୍ତା । ଏଥିରୁ ରକ୍ଷା ପାଇବା ପାଇଁ ଏବେ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାସହିତ ଗ୍ରୋସରୀ, ପରିବା , ମାଛ, ମାଂସ ଆଣିବାକୁ ଗଲା ବେଳେ ସାମାଜିକ ଦୁରତା ବଜାୟ ରଖିବା ପାଇଁ ବାରମ୍ବାର ସରକାରଙ୍କ ପକ୍ଷରୁ ସତ୍ତର୍କତା କରାଯାଉଛି । ଇତିମଧ୍ୟରେ ଏହି ସାମାଜିକ ଦୂରତ୍ୱ ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍-୧ ହାଟକୁ ଅସ୍ଥାୟୀ ରୂପେ ରାଜମହଲକୁ ସ୍ଥାନାନ୍ତର କରାଯାଇଛି ।
ୟୁନିଟ୍-୧ ହାଟରେ ଅଧିକ ଗହଳି ହେଉଥିବାରୁ ଭୁବନେଶ୍ୱର ନଗର ନିଗମ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ସେହି ଅନୁଯାୟୀ ଏଣିକି ଏବେ ୟୁନିଟ୍-୧ ହାଟର ବ୍ୟବସାୟୀ ମାନେ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ । ଏହାସହିତ ଅନ୍ୟ କିଛି ବ୍ୟବସାୟୀଙ୍କୁ ୟୁନିଟ୍ -୧ ହାଇସ୍କୁଲ୍ ପଡିଆରେ ବସିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି । ଏହି ଅସ୍ଥାୟୀ ସ୍ଥାନାନ୍ତର ୪୫ ଦିନ ପାଇଁ କରାଯାଇଛି ।