ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବିଶ୍ୱକପ ହକି ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ଓଡିଆ ଦର୍ଶକଙ୍କୁ ଘାରିଛି ହକି ଫେଭର । ଭୁବନେଶ୍ୱରରେ ୍ଦେଖିବାକୁ ମିଳିବ ଦେଶ ବିଦେଶର ଅନେକ ନାମୀଦାମୀ ଖେଳାଳିଙ୍କ ଆସର । ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷକରି କଳିଙ୍ଗ ଷ୍ଟାଡିୟମ କୁ ସଜେଇବାରେ ବ୍ୟସ୍ତ ଅଛନ୍ତି ସରକାର । ଦର୍ଶକଙ୍କ ଗ୍ୟାଲେରୀ ଠାରୁ ଆରମ୍ଭ କରି ଖେଳାଳୀଙ୍କ ରେଷ୍ଟ ରୁମ ପର୍ଯ୍ୟନ୍ତ ସବୁ କିଛି ରେଡ୍ଡୀ ।
ଖାଲି ସେତିକି ନୁହେଁ ପୂରା ଭୁବନେଶ୍ୱରକୁ ମଧ୍ୟ ନୂଆ ଭଳି ଦେଖିବାକୁ ମିଳିଛି । ସହରର ପ୍ରତ୍ୟେକ ରାସ୍ତା ପାଶ୍ୱରେ ଲଗାଯାଉଛି ସୁନ୍ଦର ସୁନ୍ଦର ଗଛ । ରାସ୍ତା କଡକୁ ଲାଗିଥିବା ଫୁଟଫାଥକୁ ନୂଆ କରି ତିଆରି କରାଯାଉଛି । ବିଶେଷକରି ପରିମଳ ବ୍ୟବସ୍ତାକୁ ଗୁରୁତ୍ୱ ଦିଆଯାଉଛି । ସାରା ଭୁବନେଶ୍ୱରରକୁ ହକି ବିଶ୍ୱକପ ପାଇଁ ପରିସ୍କାର ରଖିବା ନିମନ୍ତେ ପ୍ରୟାସ କରାଯାଉଛି ।
ଏହାମଧ୍ୟରେ ଫୁଟପାଥରେ ବସିଥିବା ଉଠା ଦୋକାନୀଙ୍କୁ ମଧ୍ୟ ଉଠାଇବାକୁ ବାଧ୍ୟ ହୋଇଛି ପ୍ରସାଶନ । ରାସ୍ତା କଡ କାନ୍ଥ ଗୁଡିକରେ ଦେଖିବାକୁ ମିଳିଛି ବହୁ ଚିତ୍ରକଳା । ଓଡିଶାର ଐତିହ୍ୟ , ପରମ୍ପରା ତଥା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ସହରର ଅନେକ ସ୍ଥାନରେ । ଏହା ସହ ଲୋକନୃତ୍ୟ , ଢଗ ଢମାଳୀ , ଚର୍ଚ୍ଚିତ ପୁସ୍ତକ ତଥା କୌତୁହଳିଆ ଚିତ୍ରକଳାରେ ପୁରା ରାଜଧାନୀ ଭୁବନେଶ୍ୱର ଛଲସୁଛି ।
ସେପଟେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଉପରେ ରହିଛି ସମସ୍ତଙ୍କ ନଜର । କାହିଁକି ନା ଉଦଘାଟନୀ ଉତ୍ସବରେ ରହିଛି ନାମୀଦାମୀ କଳାକାରଙ୍କ ନାମ । ଉଦଘାଟନୀ ଉତ୍ସବରେ ବଲିଉଡର ବାଦଶାହ ଶାହାରୁଖ ଖାନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଆନ୍ତର୍ଜାତୀୟ କଣ୍ଠଶିଳ୍ପୀ ତଥା ନିର୍ଦ୍ଦେଶକ ଏ ଆର ରହେମାନ ମଧ୍ୟ ମଞ୍ଚ ଉପରେ ଧମାଲ ମଚାଇବେ ।
ଖାଲି ସେତିକି ନୁହେଁ ଶାହାରୁଖ ଓ ଏ . ଆର ରହେମାନଙ୍କୁ ଛାଡିଦେଲେ ଅହୁରୀ ଅନେକ ଦେଶୀ ଓ ବିଦେଶୀ ଅଭିନେତା ତଥା କାଳାକାରଙ୍କ ଭୁବନେଶ୍ୱରରେ ଭିଡ ଜମିବ ବୋଲି ଜଣାପଡିଛି । ତେବେ ଏହାକୁନେଇ ଦର୍ଶକ ଚାତକ ଭଳି ଅନାଇ ବସିଛନ୍ତି । ଉଦଘାଟନୀ ଉତ୍ସବ ପାଇଁ ଦୁଇଦିନ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୨୭ ତାରିଖ ଦିନ ଭୁବନେଶ୍ୱନରର କଳିଙ୍ଗ ଷ୍ଟାଡିୟମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁଥିବା ବେଳେ ୨୮ ତାରିଖ ଦିନ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଦେଖିବାକୁ ମିଳିବ ।
ତେବେ ଉଦଘାଟନୀ ଉତ୍ସବ ଦେଖିବାକୁ ହେଲେ ଆପଣଙ୍କୁ ଅନଲାଇନରେ ଟିକେଟ କିଣିବାକୁ ପଡିବ ବୋଲି ଜଣାପଡିଛି । ବିଶ୍ୱକପ ପାଇଁ ଆଉ ହାତ ଗଣତି କିଛି ଦିନ ବାକିଥିବା ବେଳେ ଏବେଠୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ତା ଠାରୁ ଆରମ୍ଭ କରି ସାଜସଜାକୁ ଗୁରୁତ୍ୱ ଦିଆଗଲାଣି । ତେବେ ଓଡିଶାରେ ଗୋଟିଏ ବିଶ୍ୱସ୍ତରୀୟ ଇଭେଣ୍ଟ ହେବାକୁ ଯାଉଥିବା ବେଳେ ଓଡିଶା ବିଶ୍ୱରେ ପରିଚିତ ହେବ ବୋଲି ଅନୁମାନ କରାଯାଉଛି ।