ଆମେରିକା(ଏଟିଆର ବ୍ୟୁରୋ):ଆଜି ଆମେରିକା ରାଷ୍ଟ୍ରପତି ଜୋ ବିଡେନ କମଲା ହାରିସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଆମେରିକାର ୪୬ ତମ ରାଷ୍ଟ୍ରପତି ହେବେ ବିଡେନ ।ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୦ .୩୦ ରେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ୨୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହେବେ ।
ଶପଥ ଗ୍ରହଣ ସମୟରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେନି ବୋଲି ନିଶ୍ଚିତ କରାଯାଇଥିବା ବେଳେ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସମେତ ପ୍ରାକ୍ତନ ରାଷ୍ଟ୍ରପତି ବାରାକ୍ ଓବାମା , ବିଲ କ୍ଲିଣ୍ଟନ୍ ଓ ଜର୍ଜ ବୁଶ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି ।
ବାଇଡେନ ୧୨୭ ବର୍ଷର ପୁରୁଣା ବାଇବେଲଙ୍କ ସହ ଶପଥ ନେବେ । ଏବଂ ଏହି ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ ତାଙ୍କ ହାତରେ ବାଇବେଲ ଧରି ଛିଡା ହେବେ । ମଲା ହାରିସ୍ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସିଆନ୍ ଆମେରିକା ଉପରାଷ୍ଟ୍ରପତି ଭାବେ ଇତିହାସ ରଚିବେ ।
ଆମେରିକାର ଇଈଉ,ଉଈଉ,ଉଘଘ,ଘଈଉଇତ୍ୟାଦି ପ୍ରମୁଖ ଟିଭି ନ୍ୟୁଜରେ ଏହି ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ହେବ । ଏହା ବ୍ୟତିତ ଶପଥ ଗ୍ରହଣ ସମାରୋହରେ ପ୍ରସିଦ୍ଧ ଗାୟକ ଜେନିଫର ଲୋପେଜ ପଫର୍ମ କରିବେ ଓ ଲେଡି ଗାଗା ଜାତାୟ ସଙ୍ଗୀତ ଗାନ କରିବେ ।