ରାଜନଗର (ଏଟିଆର ବ୍ୟୁରୋ):ସମୁଦ୍ର ବେଳାଭୂମିର ପଡି ରହିଛି ଏକ ବିରାଟ ତିମି । ତାହା ପୁଣି ମୃତ ଅବସ୍ଥାରେ । ଏହି ତିମି ମାଛଟି ପ୍ରାୟତଃ ଅନେକ ଦିନ ହେବ ବେଳାଭୂମିରେ ପଡି ସଢି ଯିବା ପରେ, ଏଥିରୁ ଦୁର୍ଗନ୍ଧ ବାହାରି ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବନ ବିଭାଗର ଟିମ୍ ଘଟଣାରେ ପହଁଚି ତିମିର ମୃତ ଦେହକୁ ପୋତି ଦେଇଛନ୍ତି । ଏଭଳି ଏକ ଦୃଶ୍ୟ କେନ୍ଦ୍ରପଡା ଜିଲ୍ଲା ରାଜନଗର ବେଳାଭୂମିରେ ଦେଖିବାକୁ ମିଳିଛି ।
ଖବରମୁତାବକ, ଭିତରକନିକା ଅଭୟାରଣ୍ୟ ବିଟ୍ ହାଉସ୍ ଠାରୁ ସାତ ଶହ ମିଟର ଦୁରରେ ଏକ ବିରାଟ ତିମି ମାଛ ଭାସିଆସି ସମୁଦ୍ର କୂଳରେ ଲାଗିଥିଲା । ପ୍ରତ୍ୟେକ ଦିନ ବେଳାଭୂମି ନିକଟରେ ପୋଲିସ ପାଟ୍ରୋଲିଂ ହେଉଥିବା ସତ୍ୱେ କିଭଳି ଏତେ ବଡ ଜୀବ ପୋଲିସଙ୍କ ନଜରକୁ ଆସିଲା ନାହିଁ । ମାଛଟି କେବଳ ଦିନେ କି ଦୁଇ ହେବ ବେଳାଭୂମିରେ ପଡିନଥିଲା । ବରଂ ଏହା ଦୀର୍ଘ ଦିନ ହେବ ବେଳାଭୂମିରେ ପଡି ସଢି ଯିବା ପରେ ପୋଲିସ ନଜରକୁ ଆସିଥିଲା ।