ବ୍ରହ୍ମପୁର(ଏଟିଆର ବ୍ୟୁରୋ): ବ୍ରହ୍ମପୁର ଆଇଆଇଟି ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ବିଶ୍ୱର ସବୁ ଠାରୁ ବଡ ବଂଶୀକଣ୍ଟା । ଆଇଆଇଟି କଲେଜର ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ମାନେ ମିଶି ଏହି ବଶୀକଣ୍ଟା ପ୍ରସ୍ତୁତ କରିଛନ୍ତି । ଏହି ବଂଶୀକଣ୍ଟା ଉଚ୍ଚତା ୨୨ ଫୁଟ ରହିଛି । ବିଭିନ୍ନ ପ୍ରକାରର ଅଦରକାରୀ ସରଞ୍ଜାମକୁ ନେଇ ଆଇଆଇର ୩ଟି ବିଭାଗରର ଛାତ୍ରଛାତ୍ରୀ ମାନେ ଏହାକୁ ତିଆରି କରିଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ୪୦ ଦିନ ସମୟ ଲାଗିଥିବାର ଛାତ୍ରଛାତ୍ରୀ ମାନେ କହିଛନ୍ତି ।
ପୂର୍ବରୁ ଅନେକ ପ୍ରକାର ଜିନିଷ ତିଆରି କରି ଚର୍ଚ୍ଚାରେ ରହି ଆସିଛନ୍ତି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ । ବିନା ଖର୍ଚ୍ଚରେ ଅଦରକାରୀ ଜିନିଷକୁ ବିନିଯୋଗ କରି ବହୁ ଉପକାରୀ ଜିନିଷ ତିଆରି କରିପାରୁଛନ୍ତି ଏହି ଛାତ୍ରଛାତ୍ରୀ ମାନେ । ଏହି ବଂଶୀକଣ୍ଟା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।