ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ମିଟର ତଳ ମୁହାଁ । ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି କି, ରାଜ୍ୟରେ କରୋନା ଭ୍ୟାରିଆଣ୍ଟ ଅଛି ସେତିକି ଓମିକ୍ରନ୍ ଭ୍ୟାରିଆଣ୍ଟ ଅଛି । ରାଜ୍ୟରେ ଓମିକ୍ରନ ଅଧିକ ସଂକ୍ରାମକ ହୋଇନାହିଁ । ଅନ୍ୟ ରଜ୍ୟମାନଙ୍କରେ ମଧ୍ୟ ଓମିକ୍ରନ ଉପସ୍ଥିତି କମିବାରେ ଲାଗିଛି । କହିବାକୁ ଗଲେ ଆମ ରାଜ୍ୟରେ ସଂକ୍ରମଣ ଏବେ ହ୍ରାସ ପାଉଛି । ଏହାପରେ ବି ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ ।