ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ରାଜ୍ୟକୁ ଫେରିପାରେ ମାସ୍କ ପିନ୍ଧିବା ନିୟମ । କରୋନାରୁ ରକ୍ଷା ପାଇବା ପାଇଁ ଅନ୍ୟ ରାଜ୍ୟମାନଙ୍କରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ଏବେ ରାଜ୍ୟରେ ଲାଗୁ ହୋଇପାରେ ଏହି ନିୟମ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, କରୋନା ସ୍ଥିତିକୁ ନେଇ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ଏଥିରେ ବର୍ତ୍ତମାର କରୋନା ସ୍ଥିତି ଏବଂ ଡାକ୍ତରଖାନାର ପ୍ରସ୍ତୁତି ନେଇ ସମୀକ୍ଷା ହେବ । ଏହାସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକ ନିଜ ନିଜର ତଥ୍ୟ ପ୍ରଦାନ କରିବେ ।