ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶାରେ ଆଜି ଅପରାହ୍ନରେ ୩ଲକ୍ଷ ୪୯ହଜାର ଟିକା ଆସି ପହଞ୍ଚିବ । ରାଜ୍ୟରେ ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆ ଯାଉଥିବା ବେଳେ କେନ୍ଦ୍ର ଆବଶ୍ୟକ ଷ୍ଟକ ପଠାଉ ନାହିଁ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ। ଯଦି ଅଧିକ ଟିକା ନ ଆସେ, ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି।ତେଣୁ ଏନେଇ କେନ୍ଦ୍ରକୁ ଚିଠି ଲେଖିବୁ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।
ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ କୋଭିସିଲ୍ଡ ଟିକାର ୧୫ ଲକ୍ଷ ଡୋଜ୍ ପଠାଇବାକୁ ଅନୁରୋଧ କରିଥିଲେ ।ଗତକାଲି ରାଜ୍ୟରେ ୨ଲକ୍ଷ୬୩ହଜାର୪୧ ଜଣଙ୍କୁ କରୋନା ଟିକା ଦିଆଯାଇଛି । ପ୍ରତିଦିନ ୨ଲକ୍ଷ ଲୋକଙ୍କୁ କରୋନା ଟିକା ଦେବାପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୫ଦିନରେ ୧୦ଲକ୍ଷ ଲୋକଙ୍କୁ ଟିକା ଦିଆଯିବା ପାଇଁ ଟାଗେଟେ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୭ହଜାର କୋଭାସିଲ୍ଟ ଟିକା ରହିଛି । ପ୍ରଥମ ଓ ଦ୍ୱିତୀୟ ଅପେକ୍ଷା ଏହା ଦ୍ରୁତଗତିରେ ସଂକ୍ରମଣ ହେଉଛି । ଏଥିରେ କୈାଣସି ଡେଥ ରେଟ ନାହିଁ । କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ଥରେ ଅସାବଧାନ ହୋଇଗଲେଣି । କିନ୍ତୁ ବତ୍ତର୍ତ୍ତମାନ ସମୟ ଆସିଛି ଲୋକମାନଙ୍କୁ ନିଜକୁ ସଚେତନ ରହିବା ସହ କରୋନା ଗାଇଡଲାଇନକୁ ସଠିକ ଭାବେ ପାଳନ କରିବା ଆବଶ୍ୟକ ।