ବିଜେପୁର ( ଏଟିଆର ବ୍ୟୁରୋ): ଆଉ ମାତ୍ର ଘେଇ ଘଣ୍ଟାର ବିଳମ୍ବ । ରାତି ପାହିଲେ ବିଜେପୁର ବାସୀ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କର । ଏହି ଅବସରରେ ଗତକାଲି ପ୍ରଚାର ଶେଷ ହୋଇଛି । ସୂଚନା ଅନୁସାରେ ନିର୍ବାଚନରେ ଏଥର ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ବହୁମୂଲ୍ୟ ମତ ଦେବେ । ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ ୨୮୫ଟି ବୁଥରେ ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୧୩୫ଟି ବୁଥକୁ ସମ୍ବଦେନଶୀଳ ଚିହ୍ନଟ କରାଯାଇଛି।
ଯେଉଁସବୁ ଅଧିକ ସମ୍ବେଦନଶୀଳ ସେହିସବୁ ବୁଥରେ ସିସିଟିଭି ଲଗାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ସେହିଭଳି ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ଓ ୨୮ଟି ବୁଥରେ ୱେବକାଷ୍ଟିଙ୍ଗ୍ କରାଯିବ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନା ଅନୁୂସାରେ ୧୨ ପ୍ରକାରର ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟର ମତଦାନ କରି ପାରିବେ। ସୂୁଚନାଯୋଗ୍ୟ ଏଥର ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି ।