ବିଜେପୁର ( ଏଟିଆର ବ୍ୟୁରୋ): ଆଜି ବିଜେପୁର ହାଇଭୋଲଟେଜ ବାଇ ଇଲେକ୍ସନ ପାଇଁ ପ୍ରାର୍ଥୀପତ୍ର ଭରିବେ ପ୍ରମୁଖ ତିନି ଦଳର ପ୍ରାର୍ଥୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ । ଏଥିନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତିନି ଦଳର ପ୍ରାର୍ଥୀ ନି ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରା କରି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମଳିଛି ।
ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆ ପ୍ରାର୍ଥୀ ହୋଇଛନ୍ତି । ଗତକାଲି ବିଜେପି ସନତ ଗଡତିଆଙ୍କ ନାମ ଘୋଷଣା କରିଥିଲା । ପୂର୍ବରୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିଲା ।
ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ବିଜେପୁରରୁ ବାଜି ମଧ୍ୟ ମାରିଥିଲେ ନବୀନ । ପରେ ହିଞ୍ଜିଳି ଏବଂ ବିଜେପୁରରୁ ବିଜୟ ଲାଭ କରିଥିବା ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ନିର୍ବାଚନ ମଣ୍ଡଳିର ଆସନ ଖାଲି ପଡିଥିଲା । ତେଣୁ ଏହି ଆସନ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଏହି ଆସନ ପାଇଁ ଦେଢ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଅନୁଷ୍ଠିତ ହେବ ।