ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପ୍ରବାଦ ପରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ । ତେବେ ଏବେ ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିଥିବାରୁ ସାରା ଦେଶ ଲକ ଡାଉନରେ ରହିଛି । ତେଣୁ ଏଥର ବିଜୁ ବାବୁଙ୍କ ଶ୍ରାଦ୍ଧ ଘରେ ରହି ଅତି ନିଡାମ୍ବର ସହିତ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି “ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ୟ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି’’ ।
ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। pic.twitter.com/yB7aOsxgcF
— Naveen Patnaik (@Naveen_Odisha) April 17, 2020
ଭୂମି ପୁତ୍ର ବିଜୁ ପଟ୍ଟନାୟକ ଥିଲେ ଏକା ଧାରରେ ବହୁ ପ୍ରତିଭାର ଅଧିକାରୀ । ଜଣେ ବିଚକ୍ଷଣ ରାଜନୀତିଜ୍ଞ. ଜଣେ ଦକ୍ଷ ଶିଳ୍ପପତି ଓ ସବୁଠୁ ଅଗେରେ ଥିଲେ ଜଣେ ଜନନାୟକ ନେତା । ଏହି ବିଖ୍ୟାତ ଜନନେତା ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଓ ତିରୋଧାନ ହୋଇଥିଲା ୧୯୯୭ ମସିହା ଅପ୍ର୍ରେଲ ୧୭ ତାରିଖ ଅର୍ଥାତ ଆଜିର ଦିନରେ । ତାଙ୍କ ଶାସନ କାଳରେ ପାରାଦୀପ ବନ୍ଦର, ଏକ୍ସପ୍ରେସ ହାଇୱେ, ରାଉରକେଲା ଇଞ୍ଜିନିୟରିଂ କଲେଜ, ମିଗ ବିମାନ କାରଖାନା ଆଦି ପ୍ରମୁଖ । ଏହି ମହାନ ଜନନାୟକଙ୍କ ପୂର୍ଣ୍ଣ୍ୟ ତିଥିରେ ଏଟିଆର ପରିବାର ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ।