ମାଲକାନଗିରି(ଏଟିଆର ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲା ଗସ୍ତରେ ଏହି କାଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଯୋଜନାରେ ରାଜ୍ୟରେ ୩.୫ କୋଟି ନାଗରିକଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ମିଳିବ । ଏହି ଯୋଜନା ମାଧ୍ୟମରେ ଦେଶରେ ୨୦୦ ଟି ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟସେବା ମିଳିବ ।
ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ଗୋଟିଏ ପରିବାର ୫ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିବ । ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଆଜିଠାରୁ ମାଲକାନଗିରି ଜିଲ୍ଲାରେ ଏହି ଯୋଜନା ବିଧିବଧ ଭାବେ କାର୍ଯ୍ୟକାରୀ ହେବ ।
ଏହି କାର୍ଯ୍ୟକ୍ରମରେ ବିଜେଡି ପକ୍ଷରୁ ଏକ ବିରାଟ ଆୟୋଜନ କରାଯାଇଥିଲା । ଜିଲ୍ଲାରେ ସର୍ବମୋଟ ୧ ଲକ୍ଷ ୫୫ ହଜାର ୮୨୩ କାର୍ଡ ବଣ୍ଟନ କରାଯିବ । କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।