ଯାଜପୁର ( ଏଟିଆର ବ୍ୟୁରୋ): କଥାରେ ଅଛି ବାଡ ଯଦି ଫସଲ ଖାଇବ ତା ହେଲେ ଆଉ ଦୋଷ ଦେବା କାହାକୁ । ଏକଥା ଏବେ କହିବାର ତାତ୍ପର୍ଯ୍ୟ ଏହି କି ଯେ । ଯଦି ଚୋରକୁ ଧରୁଥିବା ବା ଅମାକୁ ନ୍ୟାୟ ଦେଉଥିବା ପୁଲିସ ବାବୁ ଆମ ଠାରୁ ଲାଞ୍ଚ ନେବେ ତେବେ ଆମେ ଏନେଇ ଅଭିଯୋଗ କରିବା କୋଉଠି । ପୋଲିସ ନାଁରେ ତ ଅଭିଯୋଗ କରି ହେବନି ନାଁ । କାରଣ କଥାଟା ପାଣିରେ ଘର କରି କୁମ୍ଭୀର ସହିତ କଳି କଲା ପରି ହେବ । ସେଥିପାଇଁ କାହାକୁ କିଛି ନ କହି ମହାତ୍ମା ଗାନ୍ଧୀଙ୍କର ତିନି ମାଙ୍କଡ ହୋଇଯିବା ଭଲ ।
କାରଣ ଏବେ ଏବେ ଯାଜପୁରରେ ଜଣେ ଥାନା ଏ ଏସଆଇ ଲାଞ୍ଚ ନେଉଥିବା ବେେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ଗୋଟିଏ କେସକୁ ରଫା ଦଫା କରିବା ପାଇଁ ଗୋଟିଏ ପକ୍ଷଙ୍କ ଠାରୁ ନିଜ ବାସ ଭବନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ଏଏସଆଇଙ୍କ ନାମ ହେଉଛି ଯୁଧିଷ୍ଠିର ମଲ୍ଲିକ । ସେ ବିଞ୍ଝାରପୁର କଣ୍ଟିପୁର ଅଂଚଳର ପ୍ରଫୁଲ ମଲ୍ଲିକ କୌଣସି ଜମିଜମା ବିବାଦକୁ ନେଇ କଣ୍ଟିପୁର ଗାଁର କରୁଣା କର ମଲ୍ଲିକ ଓ ତାଙ୍କ ପରିବାର ବରୁଦ୍ଧରେ ଏତଲା କରିଥିଲେ । ଏହି ମାମଲାରେ କରୁଣା କରଙ୍କ ପରିବାରକୁ ୧୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏଏସଆଇ ଯୁଧିଷ୍ଠିର ମଲ୍ଲିକ ।