ଖୋର୍ଦ୍ଧା(ଏଟିଆର ବ୍ୟୁରୋ):ଶୀତର ଆଗମନରେ ଚିଲିକାକୁ ବିଭିନ୍ନ ଦେଶ ବିଦେଶରୁ ଅନେକ ରଙ୍ଗ ବେରଙ୍ଗର ପକ୍ଷୀ ଆସନ୍ତି । ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଆଜି ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପକ୍ଷୀ ଗଣନା ପାଇଁ ୫ ଟି ରେଞ୍ଜ ରେ ୨୧ ଟି ଟିମ ଗଠନ କରାଯାଇଛି । ଯଥା ଚିଲିକା , ନୂଆପଡା, ସାତପଡା, ରମ୍ଭା,ଓ ଟାଙ୍ଗୀ ।
ଏହି ପକ୍ଷୀ ଗଣନା କାର୍ଯ୍ୟ ପାଇଁ ୧୧୧ ଜଣ ନିୟୋଜିତ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ବାଇନାକୁଲର , ବାର୍ଡସ ଗାଇଡ ବୁକ,ଓ ବାର୍ଡ ଏକ୍ସପର୍ଟ ର ସାହାର୍ଯ୍ୟ ନିଆଯାଇଛି ।୨୧ ଟ ଟିମ ମଧ୍ୟରୁ ୧୯ ଟି ଟମ ଜଳଭାଗରେ ଓ ୨ ଟି ଟିମ ସ୍ଥଳ ଭାଗରେ ନିୟୋଜିତ ହୋଇଛନ୍ତି ।
ସକାଳ ୫ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାରି ରହିବ ।ତେବେ ଏହି ସମୟରେ ପର୍ଯ୍ୟଟନ ମାନଙ୍କୁ ଆସିବା ପାଇଁ ବାରଣ କରାଯାଇଥିବା ବେଳେ ମତ୍ସ୍ୟଜୀବୀ ମାନେ ମଧ୍ୟ ପକ୍ଷୀ ରହୁଥିବା ସ୍ଥାନକୁ ନଯିବା ପାଇଁ ବାରଣ କରାଯାଇଛି । ଗଣନା ସମୟରେ ପକ୍ଷୀ ସୁରକ୍ଷାର କର୍ମକର୍ତ୍ତା OUAT କର୍ମଚାରୀ ଯୋଗ ଦେବେ ।
ପକ୍ଷୀ ଗଣନା ୨ ଟି ପର୍ଯ୍ୟୟରେ କରାଯାଏ । ପ୍ରଥମଟି ହେଉଛି ଏକକ ପଦ୍ଧତି ଓ ଦ୍ୱିତୀୟ ଟି ହେଇଛି ବ୍ଲକ ପଦ୍ଧତି ।ଚିଲିକା ମଧ୍ୟରେ ଯେଉଁଠି ଅଳ୍ପ ସଂଖ୍ୟକ ପକ୍ଷୀ ଦେଖାଯାଏ ସେଠାରେ କ୍ରମିକ ସଂଖ୍ୟା ଅନୁଯାୟୀ ପକ୍ଷୀ ସଂଖ୍ୟା ଗଣନା କରାଯାଏ । ଏହାକୁ ଏକକ ପଦ୍ଧତି କୁହାଯାଏ । ଯେଉଁଠାରେ ଅତ୍ୟଧିକ ମାତ୍ରାରେ ପକ୍ଷୀଥାନ୍ତି ,ଗଣନା କାରିବା ଅସମ୍ଭବ ହୋଇପଡେ ସେଠାରେ ବାଇନାକୁଲର ସାହର୍ଯ୍ୟରେ ଦୃଷ୍ଟିଗୋଚର ହୁଏ ।ତାହାକୁ ବ୍ଲକ ପଦ୍ଧତି କୁହାଯାଏ ।