ସମ୍ବଲପୁର(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହୋଇଛି ହୀରାକୁଦରେ ପକ୍ଷୀ ଗଣନା । ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀଙ୍କ ସମେତ ବରଗଡ,ଝାରସୁଗୁଡା ଫରେଷ୍ଟ ଡିଭିଜନରେ ମୋଟ ୨୧ ଟି ଟମ ପକ୍ଷୀ ଗଣପା ପାଇଁ ନିୟୋଜିତ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ପ୍ରତ୍ୟେକ ଟିମକୁ ବାଇନାକୁଲର , କ୍ୟାମେରା, ଓ ମୋଟର ଚାଳିତ ଡଙ୍ଗା ଦିଆଯାଇଛି ।
ଗତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ପକ୍ଷୀ ଆସିଥିଲେ । ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଯଥା କାସପିଆନ ସି, ଅରାଲ ସି, ବିଲ , ଗ୍ରେଟ ଡକ ଆଦି ହୀରାକୁଦକୁ ଆସିଥିନ୍ତି । ଗତବର୍ଷ ଚିଲିକାକୁ ୧୧ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଥିଲେ । ଚଳିତ ବର୍ଷ ଏହି ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୧୨ ଲକ୍ଷ ପାର କରିଛି ।
୧୯୦ ପ୍ରଜାତିର ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିଲିକାକୁ ଆସିଛନ୍ତି । ସେଥି ମଧ୍ୟରୁ ୧୧୧ ପ୍ରଜାତିର ଲୋକ ୩୫୧ ବିଦେଶୀ ପକ୍ଷୀ ଥିବା ବେଳେ ୭୯ ପ୍ରଜାତିର ୩୮ ହଜାର ୪୭୫ ବିଦେଶୀ ପକ୍ଷୀ ଚିଲିକା ଆସିଛନ୍ତି । ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ମଧ୍ୟ ଜଣାପଡିଛି