ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳ ଭଣ୍ଡାରରେ ଚାଲିଛି ପକ୍ଷୀଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ସନ୍ଧ୍ୟା ୫ ଯାଏଁ ଚାଲିବ । ଜଳଭଣ୍ଡାରରେ ୫୩୩ ବର୍ଗ କିମି ଯାଏଁ ୨୧ ଟି ସେକ୍ଟର ରେ ଗଣନା କରାଯିବ ।
ଏଥିରେ ପାୱାର କେନାଲର ୫.୭ ବର୍ଗ କିମି ସାମିଲ ରହିଛି । ଛତିଶଗଡ ବଡରର ସୁଖାସୋଢା ଓ ଅନ୍ତରାଡି ଯାଏଁ ଏହି ଗଣନା କରାଯିବ । ଏଥିପାଇଁ ୩୨ ଟି ଗ୍ରୁପ କରାଯାଇଛି । ଏଥିରେ ୭୮ ଜଣ ସାମିଲ ଅଛନ୍ତି ।
ଆସନ୍ତା ୧୧ କିମ୍ବା ତାରିଖରେ ଏହି ପକ୍ଷୀ ଗଣନାର ଫଳାଫଳ ଘୋଷଣା କରାଯିବ ।