ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାକିସ୍ତାନ ଜେଲରେ ଦୀର୍ଘ ୨୦ ବର୍ଷ ନିର୍ଦ୍ଦୋଷରେ ଜେଲଦଣ୍ଡ ଭେଗିବା ପରେ ସୁୁନ୍ଦରଗଡ଼ ଜିଲ୍ଲା ର ବିର୍ଜୁ ଆଜି ଗାଁ କୁ ଫେରିଛନ୍ତି । ବିର୍ଜୁ ଫେରିବା ପରେ ତାଙ୍କୁ କୁତ୍ରା ବ୍ଲକ ପରିସରରେ ସ୍ୱାଗତ କରାଯାଇଥିଲା ।୨୫ ବର୍ଷ ତଳେ ବିର୍ଜୁ ଘରୁ କୁଆଡ଼େ ଚାଲିଯାଇଥିଲେ । ଏବଂ ଏହା ପରେ ଦୁର୍ଭାଗ୍ୟବଶତଃ ସେ ଭାରତ ସୀମା ଡ଼େଇଁ ପାକିସ୍ତାନ କୁ ଚାଲିଯାଇଥିଲେ । ଓ ସେଠାରେ ପାକିସ୍ତାନର କଏଦୀ ମାନେ ବନ୍ଦୀ କରି ରଖିଦେଇଥିଲେ ।
ଗତକାଲି ରାତିରେ ସେ କୁତ୍ରା ଠାରୁ ୧୨୩ କିଲୋମିଟର ଦୂର ଝାରଖଣ୍ଡ ର ଗୁମଲାରେ ପହଞ୍ଚି ରାତି କାଟିବା ପରେ ସକାଳୁ ସେ କୁତ୍ରା ଅଭିମୁଖେ ବାହାରିଥିଲେ । ବିର୍ଜୁଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତି କୁତ୍ରା ବ୍ଲକ ର ଅଧିକାରୀ ମଦପ ସିଂ ଅମୃତସର ଯାଇଥିଲେ । ଏବଂ ତାଙ୍କୁ ୨ ଡ଼୍ରାଇଭର ଆଣିବା ପାଇଁ ଯାଇଥିଲେ । ପାକିସ୍ତାନ ଜେଲରେ ୨୦ ବର୍ଷ ଜେଲରେ ରହିବା ମଧ୍ୟରେ ବିର୍ଜୁଙ୍କୁ ନିଜ ମାତୃଭାଷା ଓଡ଼ିଆ କୁ ଭୁଲିବା ପାଇଁ କୁହାଯାଇଥିଲା । ପାକିସ୍ତାନ ସୈନ୍ୟମାନେ ତାଙ୍କୁ ୱାଘା ବୋର୍ଡ଼ରେ ଭାରତକୁ ହସ୍ତାନ୍ତର କରିଦେଇଥିଲେ ।