ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୩୧ତାରିଖରୁ ସଂସଦରେ ଚଳିତବର୍ଷର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ବିଜେଡି ପକ୍ଷରୁ ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି । ବଜେଟ ଅଧିବେଶନରେ ଓଡିଶା ସରକାରଙ୍କର ଆଭିମୁଖ୍ୟ କିପରି ରହିବ ଓ ସଂସଦରେ କେଉଁ ସବୁ ଦାବି ଉପସ୍ଥାପନ ସେ ନେଇ ଆଲୋଚନା ହେବ । ଆଜି ବିଜେଡିର ସମସ୍ତ ସାଂସଦମାନେ ନବୀନ ନିବାସ ରେ ଯାଇ ସଂସଦୀୟ ଦଳ ବୈଠକ ଯୋଗ ଦେବେ । ବିଜେଟି ସୁପ୍ରିମ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିବେ ।
ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ଉପସ୍ଥିତ ରହିବେ ।ତେବେ ଏହି ବୈଠକରେ ରେଳ ପ୍ରକଳ୍ପ, ଆୟୁଷ୍ମାନ ଭାରତ, ସିଏଏ, ଏନଆରସି କୋଇଲା ରୟାଲ୍ଟି, ଗ୍ରୀନ୍ ସେସ୍ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । କେନ୍ଦ୍ର ସରକାରଙ୍କ ବେଜଟକୁ ଦେଖି ରାଜ୍ୟ ସରକାର ନିଜର ବଜେଟ ଉପସ୍ଥାପନ କରିବାକୁ ଥିବାରୁ ବିଜେଡି ନିଜର ଦୃଢ ଆଭିମୁଖ୍ୟ ଉବସ୍ଥାପନ କରିପାରେ । ଅନ୍ୟପଟେ ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥାରେ ଚାଲୁଥିବାରୁ ସଭିଙ୍କର ଚଳିତ ବର୍ଷ ବଜେଟ ଉପରେ ନଜର ରହିବ ।