ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପାଟଣାଗଡ ବିଧାୟକ ଜେଇଙ୍କୁ ଉଠବସ କରିବା ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏନେଇ ସେ ଏକ ପ୍ରେସ ମିଟ କରି ଜେଇଙ୍କୁ ବସଉଠ କରିବା ଘଟଣାରେ ଆଇନ ତା ବାଟରେ ଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସେ ପ୍ରେସ ମିଟରେ କହିଛନ୍ତି ଜାଣିଶୁଣି କାର୍ୟ୍ୟାନୁଷ୍ଠାନକୁ ବିଳମ୍ବ କରାଯାଉଛି । ବିଧାୟକଙ୍କୁ ଆଗୁଆ ଜାମିନ୍ ମିଳିବାକୁ ପୋଲିସ ଅପେକ୍ଷା କରିଛି କି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଦଳର ବିଧାୟକର ଅପରାଧକୁ ଘଣ୍ଟ ଘୋଡାଉଛନ୍ତି ।
ଘଟଣାକୁ ୧୪ ଦିନ ହେଲାଣି, କଣ ପାଇଁ କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ବିଜେପି କହିଛି । କୋର୍ଟରୁ ଯାଇ ବେଲ୍ ଆଣିବାକୁ ତାଙ୍କୁ ସମୟ ଓ ସୁଯୋଗ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜେଇଙ୍କୁ ଉଠବସ କରାଇବା ମାମଲାରେ ବିଧାୟକଙ୍କ ଆଗୁଆ ଜାମିନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । କେସ୍ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନାଯୋଗ୍ୟ ଗତ ୧୪ ଦିନ ତଳେ ପାଟଣା ଗଡ ବିଧାୟକ ଜେଇଙ୍କୁ ଉଠବସ କରାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁ ଭିଡିଓରେ ଜେଇଁଙ୍କୁ ୧୦୦ ଥର ବସ ଉଠ ହେବାକୁ ନିର୍ଦେଶ ଦେଇଥିଲେ । ଏକ ରାସ୍ତା କାମ ନିମ୍ନ ମାନର ହେଉଥିବାରୁ ବିଧାୟକ ସର୍ବ ସମ୍ମୁଖରେ ଏମିତି ଦବଙ୍ଗ ଗିରି କରୁଥିଲେ । ହେଲେ ପରେ ଏହା ତାଙ୍କୁ ମହଙ୍ଗା ପଡିଥିଲା । ଘଟଣାକୁ ନେଇ ଜେଇଙ୍କ ପତ୍ନୀ ସଂମ୍ପୃକ୍ତ ବିଧାୟକଙ୍କ ନାମରେ ଏତଲା ଦେଇଥିଲେ ।