ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ବରିଷ୍ଠ ବିଜେପି ନେତା ଅରୁଣ ଜେଟଲିଙ୍କ ପରଲୋକକୁ ନେଇ ଆଜି ବିଜେପି ତାର ରାଜ୍ୟସ୍ତରୀୟ କର୍ମାଶାଳାକୁ ବାତିଲ କରିଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦେଶରେ ଏହି କର୍ମଶାଳାକୁ ସ୍ଥଗିତ ରଖାଯାଇଛି । ସାଂଗଠନିକ ନିର୍ବାଚନ ପାଇଁ ହେବାକୁ ଥିବା ଏହି କର୍ମଶାଳା ବନ୍ଦ ହେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ।
ତେବେ ବାତିଲ ହୋଇଥିବା ଏହି କର୍ମଶାଳା ପୁଣି କେବେ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଗତକାଲି ଅପରାହ୍ନ ୧୨ ଟା ବାଜି ୭ ମିନିଟରେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର ମୃତ୍ୟୁ ହୋଇଛି ।