ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ରରେ ବିଜେପି ଆଗରେ ରହିଛି । କଂଗ୍ରେସକୁ ପଛରେ ପକାଇ ବିଜେପି ରହିଛି ଆଗରେ । ସୂଚନା ଅନୁସାରେ ବିଜେପି ୩୪୩ ଲୋକସଭା ଆସନରେ ଆଗୁଆ ରହିଥିବା ବେେ ଳ , କଂଗ୍ରେସ ୮୮ ଟି ଲୋକସଭା ଆସନରେ ଆଗରେ ରହିଛି ।ସେହିଭଳି ଅନ୍ୟାନ୍ୟ ଦଳମାନେ କେଉଁଠାରେ ଆଗେଇ ନଥିବା ସୂଚନା ମିଳିଛି । ୫୪୨ ଟି ଆସନରୁ ବିଜେଡି ୩୪୩ ଟି ଲୋକସଭା ଆସନରେ ବିଜେପି ଆଗୁଆ ରହିଛି ।
ସେହିଭଳି ଯଦି ଓଡିଶାକୁ ନଜର ଦେବା ଏଠାରେ ବିଜେଡି ୧୩ ଓ ବିଜେପି ୭ ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । କଟକ ଲେ ।କସଭା ଆସନରେ ବିଜେଡିର ଭର୍ତ୍ତୃହରି ମହାତାବ ଆଗରେ ରହିଛନ୍ତି । ପୁରୀରେ ମଧ୍ୟ ବିଜେଡି ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗରେ ରହିଛନ୍ତିି । ସେହିଭଳି କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଆଗୁଆ ରହିଛନ୍ତି ।
କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗୁଆ ରହିଛନ୍ତି । ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ ରହିଛନ୍ତିି । କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗରେ ରହିଛନ୍ତିି । ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗରେ ରହିଛନ୍ତି । ବରଗଡ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରି ଆଗରେ ହିଛନ୍ତି ।