ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଗୁମର ଖୋଲିବାକୁ ସିବିଆଇ ଦାବି କରି ଆସନ୍ତା କାଲି ଅର୍ଥାତ ୫ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ସମସ୍ତ ଜିଲ୍ଲାପାଳ ଘେରାଉ କରିବ ବୋଲି ସୂଚନା ମିଳିଛି । ମହିଳା ମୋର୍ଚ୍ଚା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ କରାଯିବ। ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ ଏ ଚୁପ୍ ହୋଇ ବସିଛନ୍ତି। ପୁଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ଅନ୍ୟମାନଙ୍କୁ ତଦନ୍ତ ପରିସରକୁ ଆଣୁନାହିଁ। ଶାସକ ଦଳ ଚାପରେ ପୁଲିସ ଘଟଣାକୁ ଚପାଇ ଦେବାକୁ ଅପଚେଷ୍ଟା କରୁଛି। ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ଦାବି ନେଇ ବିଜେପି ମହିଳା ମୋର୍ଚ୍ଚା ୫ ତାରିଖରେ ସବୁ ଜିଲ୍ଲାର ଜିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ କରିବ।