ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶା ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ମଧ୍ୟରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ସେ ସାନିଟାଇଜର ପିଇବାକୁ ଉଦ୍ୟମ କରୁଥିବା ବେଳେ ଛଡ଼ାଇ ନେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅନ୍ୟ ବିଧାୟକମାନେ।
ଚାଷ ଜମିରେ ଧାନ ବିକ୍ରି ନହେବାରୁ ମଣ୍ଡିରୁ ଧାନ ଉଠି ପାରୁ ନାହିଁ ।ଯାହାକି ଚାଷୀମାନଙ୍କୁ ବହୁ ଅସୁୀବିଧାର ସମ୍ମଖୀନ ହେବାକୁ ପଡୁଛି । ଯାହାକୁ ନେଇ ଗତ ଅଧିବେଶନରେ ବିଧାୟକ ସୁବାସ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଥିଲେ। ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଉଦ୍ୟମ କରିବେ ବୋଲି ସେ ଚେତାବନୀ ଦେଇଥିଲେ।
ଯାହାକୁ ନେଇ ବିଧାୟକମାନେ ବିଧାନସଭାରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଯୋଗାଣମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ। ଯେଉଁଥିପାଇଁ ଅଧିବେଶନ ଚାଲି ପାରିନଥିଲା। ଅପରାହ୍ନରେ ଅଧିବେଶନରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ସୁବାସ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ।