ସମ୍ବଲପୁର(ଏଟିଆର ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ବିଜେପି ପକ୍ଷରୁ ଓଡିଶାରେ ଜନ ସଚେତନା କାର୍ଯ୍ୟକ୍ରମ କରାଯାଉଛି । ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ସିଏଏ ସପକ୍ଷରେ ବିଶାଳ ଶୋଭାଯାତ୍ର କରାଯାଇଛି । ଏହି ଶୋଭାଯାତ୍ରରେ ଯୋଗଦେଇଛନ୍ତି ଗିରିରାଜ ସିଂ । ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ମନ୍ଦିରରେ ଆର୍ଶୀବାଦ ନେବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ରାଲିରେ ଯୋଗ ଦେଇଛନ୍ତି ।ଏହି ଶୋଭାଯାତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ସହବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସ୍ଥାନୀୟ ସାଂସଦ ପ୍ରମୁଖ ସାମିଲ ଅଛନ୍ତି ।
ଶୋଭାଯାତ୍ରରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇ ହିଂସା ଦେଖିବାକୁ ମିଳୁଛି । ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ରାଲି ଆୟୋଜନ କରୁଛନ୍ତି । ଏଥିରେ କାହାକୁ ଭୟଭୀତ ହେବାର ଆବଶ୍ୟକାତ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଶୋଭଯାତ୍ରରେ ବହୁ ମାତ୍ରରେ ସ୍ଥାନୀୟ ଲୋକ ଯୋଗ ଦେଇଛନ୍ତି । ସୂଚନା ଯୋଗ୍ୟ ଥାଉକି ବିଜେପିର କର୍ମୀ ମାନେ ୧ କୋଟି ପରିବାରେକୁ ଯାଇ ସିଏଏ ବିଷୟରେ ଜନ ସଚେତନତା କରାଇବେ ।