ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ରାଜ୍ୟ ସରକାର ହୋଇଗଲେଣି ଖାମଖିଆଲି । କାରଣ ପାଣିପାଗ ବିଭାଗ ଆଗକୁ ତିତଲି ଆସିବ ବୋଲି ପୂର୍ବାନୁମାନ କରିଥିବା ବେଳେ ମଧ୍ୟ ରାଜ୍ୟ ସରକାର କଣ ପାଇଁ ଏହାର ପଦକ୍ଷେପ ନେଇ ନାହାଁନ୍ତି । ଯେଉଁ କାରଣରୁ ଗଞ୍ଜାମ ଜିଲ୍ଳାରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତିି ରାଜ୍ୟ ବିଜେପି ନେତା ଭୂର୍ଗୁ ବକ୍ସିପାତ୍ର । ସରକାରଙ୍କ ଅସାବଧାନତା ପାଇଁ ଏଭଳ ହୋଇଛି ବୋଲି ରାଜ୍ୟ ପାଳଙ୍କୁ ଭେଟି ରାଜ୍ୟ ବିଜେପି ଜଣାଇଛି । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୪୫ ଜଣ ମରିବା କଥାକୁ ଅସ୍ୱିକାର କରୁଛନ୍ତି ।
କିନ୍ତୁମରିଥିବା ଲୋକଙ୍କ ରିପୋର୍ଟ ଆସିଲେ ପ୍ରେସମିଟ କରି ଜଣାଇବ ବୋଲି କହିଛି ରାଜ୍ୟ ବିଜେପି ।
ଆଜି ସକାଳେ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତ ମାନେ ରାଜ୍ୟପାଳ ଗଣେଷି ଲାଲଙ୍କୁ ରାଜ ଭବନରେ ଭେଟିବା ସହ ରାଜ୍ୟ ସରକାର କାହିଁକି ଆୟୂଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନାହାଁନ୍ତି ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟପାଳଙ୍କ ନିକଟରେ । ବିଜେପି ସେପ୍ଟମ୍ବର ୩୦ ତାରିଖରୁ ଏକ ଦସ୍ତଖତ ଅଭିଯାନ କରିଛି ଯେଉଁଥିରେ ଏକ କୋଟି ଲୋକଙ୍କ ଦସ୍ତଖତ ରହିଛି । ଏଣୁ ରାଜ୍ୟ ସରକାର ଓଡିଶାରେ ଆୟୂଷ୍ମାନଭାରତ ଯୋଜନାକୁ କାର୍ଯ୍ୟକାରି କରନ୍ତୁ । କାରଣ ଏହି ଯୋଜନାରେ ଓଡିଶା ବାସୀ ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇବେ । ତେବେ ଏଭଳି ଏକ ଯୋଜନାକୁ ସରକାର କେଉଁ କାରଣରୁ ମନା କରୁଛନ୍ତି ।
ଋିପୋର୍ଟ ; ଗୁଣନିଧି ବେହେରା