ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଗକୁ ପୌର ନିର୍ବାଚନ ଥିବାରୁ ସରକାରୀ ଅର୍ଥରେ ପ୍ରଚାର କରୁଛି ବିଜେଡି । ବିଜୁ ଯୁବ ବାହିନୀ ପରି ସରକାରୀ ଅର୍ଥରେ ପ୍ରଚାର କରିବାର ଏହା ଏକ ନୂଆ ଯୋଜନା । ରାଜ୍ୟସରକାରଙ୍କ 5-T ଯୋଜନାକୁ ନେଇ ଏବେ ଏମିତି ଏକ ଅଭିଯୋଗ ଆଣିଛି ବିଜେପି । ବିଜେପି ନେତା ପ୍ରଦୀପ ପୁରହିତ କହିଛନ୍ତି ଏନ୍ଏସି ଓ ମୁନ୍ସିପାଲଟି ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନୀ ଢାଞ୍ଚାରେ ୱାର୍ଡ଼ ଅଫିସର ନିଯୁକ୍ତ କରି ସେମାନଙ୍କୁ ନିର୍ବାଚନରେ ନିୟୋଜିତ କରାଯିବ। ଏହା ପୌର ନିର୍ବାଚନ ଜିତିବାର ସରକାରଙ୍କ ରଣ କୌଶଳ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ସାଧାରଣ ଲୋକ କିଭଳି ଅସୁବିଧାରେ ନ ପଡିବେ ସାଧାରଣ ଲୋକ କିଭଳି ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ହାତ ପାହାନ୍ତାରେ ପାଇ ପାରିବେ ସେ ନେଇ ରାଜ୍ୟ ସରକାର 5-T ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ପୌରସସ୍ଥା ଗୁଡିକର ପ୍ରତି ୱାର୍ଡରେ ୱାର୍ଡ ଅଫିସର ନିଯୁକ୍ତ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେପ୍ଟେମ୍ବର ୧ରୁ ଏହି ଓ୍ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ନଗର ଉନ୍ନୟନ ବିଭାଗର ସଚିବ ସବୁ ମହାନଗର ନିଗମର କମିଶନର ଓ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଯାହାକୁ ବିରୋଧ କରିଛି ବିଜେପି । ପୌର ନିର୍ବାଚନକୁ ଅଖି ଆଗରେ ରଖି ରାଜ୍ୟ ସରକାର ଏମିତି ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।