କଟକ ( ଏଟିଆର ବ୍ୟୁରୋ): ପଦାରେ ପଡିଲା ବିଜେପି ଭିତିର କଳି । ସଦସ୍ୟତା ସଂଗ୍ରହ ବେଳେ ଦୁଇ ଗୋଷ୍ଠୀ ହେଲେ ମୁହାଁ ମୁହିଁ । ଏମିତି ଏକ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି କଟକ ଟାଉନ ହଲରେ । ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ ଚାଲୁଥିବା ବେଳେ ଏହା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ଏହି ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ହଠାତ ଗୋଟିଏ ଗୋଷ୍ଠୀ ସଭା ସ୍ଥଳକୁ ଧସେଇ ପସିଥିଲେ । ସେଠାରେ ପାଟି କରିବା ସହିତ ହୋ ହାଲ୍ଲା ମଧ୍ୟ କରିଥିଲେ । ଏମିତି କି କଥା ଚେୟାର ଫୋପଡା ଯିବା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ସେମାନେ ଅଭିଯୋଗ କରିଛନ୍ତି କି ବିଜେପିର କିଛି ସ୍ଥାନୀୟ ନେତା ଦଳରେ ରହି ଦଳ ବିରୋଧୀ କାମ କରୁଛନ୍ତି ।
କାର୍ଯ୍ୟ ବିଳମ୍ଭ ନେଇ ପ୍ରଥମରୁ କର୍ମକର୍ତ୍ତା ମାନେ ଅସନୁଷ୍ଟ ରହିଥିଲେ । ବିଜେପି ବରିଷ୍ଠ ନେତା ସମୀର ଦେ କାର୍ଯ୍ୟକ୍ରମରେ ଯୋଗ ନଦେବାରୁ ଅସନ୍ତୋଷ ଦେଖା ଦେଇଥିଲା । ତେବେ ଏନେଇ ସେଠାରେ ଉପସ୍ଥିତ ରହିଥିବା ନେତା ମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସଦସ୍ୟତା ଗ୍ରହଣକୁ ନେଇ ଏହି ହୋ ହାଲ୍ଲା ହୋଇଥିବା ଅନୁମାନ କରାଯାଇଛି ।