ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅଧିକାଂଶ ଲୋକ କଫି ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ କିଛି କମ ଲୋକ ବ୍ଲାକ କଫି ବିଷୟରେ ଜାଣିଥିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ବ୍ଲାକ କଫିର ଉପକାରିତା ।
ବ୍ଲାକ କଫି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ଏହା ସ୍ୱାଦିଷ୍ଟ ହୋଇଥାଏ । ବ୍ଲାକ କଫିରେ ପୋଷକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା କ୍ୟାନସର , ହୃଦ ରୋଗ , ମଧୁମେହ ଭଳି ଅନେକ ରୋଗ ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହା ଏକ ପ୍ରକାରର ଏନର୍ଜି ବୁଷ୍ଟର ପରି ଆମ ଶରୀରରେ କାମ କରିଥାଏ ।
ସାଧାରଣତଃ ଲୋକମାନେ ନିଜର ଓଜନ ପାଇଁ ବହୂତ ଚିନ୍ତିତ ଥାନ୍ତି । ତେବେ ଓଜନ କମ କରିବା ପାଇଁ ଏହା ଏକ ସରଳ ଉପାୟ ମଧ୍ୟ ରହିଛି ଯାହାଦ୍ୱାରା ଆପଣ ଘରେ ବସି ନିଜର ଓଜନ କମ କରିପାରିବେ । ଏହା ଶରୀରରେ ଥକାପଣ ଦୂର କରିବା ସହ ଆକ୍ଟିଭ ରଖିବାରେ ସାହାର୍ଯ୍ୟ କରିଥାଏ ।
ବ୍ଲାକ କଫିରେ ଚିନି , କ୍ଷୀର କିମ୍ବା କ୍ରିମ ବ୍ୟବହାର କରି ପିଇ ପାରିବେ ।ଏଥିରେ କ୍ଲୋରୋଜେନିକ ଏସିଡ ଅଛି ଯାହା ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ ।ଏହା ସହ ଶରୀରରେ ଗ୍ଲୁକୋଜ ଉତ୍ପାଦନରେ ମନ୍ଥର କରିଥାଏ । ଯଦି ଆପଣ ଓଜନ କମାଇବା ପାଇଁ ଚାହୁଛନ୍ତି ତାହେଲେ ବ୍ଲାକ କଫି ନିଶ୍ଛୟ ପିଅନ୍ତୁ ।