ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାଧାରଣତଃ ଆପଣମାନେ ହଳଦୀ ରଙ୍ଗର ହଳଦୀ ଦେଖିଥିବେ ବା ଶୁଣିଥିବେ । କିନ୍ତୁ କେବେ କଳା ହଳଦୀ ବିଷୟରେ ଶୁଣିଛନ୍ତି କି ।ଏହି ହଳଦୀ ବହୁସ୍ଥାନେରେ ଦେଖିବାକୁ ମିଳିଥାଏ । କଳା ହଳଦୀ ସାଧାରଣ ହଳଦୀଠାରୁ ବେଶ ଲାଭ ଦାୟକ ହୋଇଥାଏ । ଖାସ କରି ଏହି ହଳଦୀ ଓଡିଶା , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ଓ ଉତ୍ତରପୂର୍ବ ଅଞ୍ଚଳରେ ଏହି ହଳଦୀକୁ କ୍ୟାନସର ଓ ଆସ୍ଥମା ଭଳି ରୋଗ ପାଇଁ ବ୍ୟବହାର କରିଥାନ୍ତି ।
୧-କଳା ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି । ପେଟ ସମସ୍ୟା , ଅଲସର , କୋଲନ କ୍ୟାନସର , ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ଏହା ସହାୟକ ହୋଇଥାଏ ।
୨-ଆସ୍ଥମା , କ୍ୟାନସର , ଜ୍ୱର , ବ୍ରଣ ,ଆଲର୍ଜି, ମାଇଗ୍ରେନ , ଭଳି ରୋଗର ଉପଚାର ପାଇଁ ତିଆରି କରାଯାଇଥିବା ବେଳେ ମେଡିସିନରେ ଏହା ବ୍ୟବହାର କରାଯାଏ ।
୩-ଗ୍ୟାସଟିକ ଭଳି ସମସ୍ୟା ଥିଲେ ଏହି ହଳଦୀର ପତ୍ରକୁ ଚୋବାଇ ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ । ଆୟୁର୍ବେଦ ଶାସ୍ତ୍ରରେ କଳା ହଳଦୀର ବେଶ ଚାହିଦା ରହିଛି ।
୪- ଏହାର ପତ୍ରକୁ ଶୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଜ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।