ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡ କଳାକାର ତଥା ବିଜେପି ସାଂସଦ କିରଣ ଖେର ବ୍ଲଡ କ୍ୟାନସର ରୋଗରେ ପୀଡିତ ଅଛନ୍ତି । କିରଣଙ୍କ ଚିକିତ୍ସା ମୁମ୍ବାଇର ଏକ ହସ୍ପିଟାଲରେ କରାଯାଉଛି । କିରଣ ଖେର ହେଉଛନ୍ତି ଅପୁପମ ଖେରଙ୍କ ସ୍ତ୍ରୀ । ଅନୁପମଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦିନକୁ ଦିନ ସୁଧାର ଆସିବାରେ ଲାଗିଛି ।
କିରଣଙ୍କ ବ୍ଲଡ କ୍ୟାନସର ଖବର ଶୁଣିବା ପରେ ଫିଲ୍ମଜଗତ ସମେତ ତାଙ୍କ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରେଗ୍ୟ କାମନା କରିଛନ୍ତି । କିରଣ ମଲଟିପୁଲ ମାଇଲୋମାରେ ରୋଗରେ ଆକ୍ରାନ୍ତ ଅଛନ୍ତି । ଯାହା ଏକ ପ୍ରକାର ବ୍ଲଡ କ୍ୟାନ୍ସର । ମାଚ୍ଚ ୩୧ ତାରିଖରେ ରାଜ୍ୟ ପିଜେପି ସଭାପତି ଅରୁଣ ସୁଦ ସାଂସଦ କିରଣ ଖେରଙ୍କ ଅନୁପସ୍ଥତି ବାବଦରେ କଂଗ୍ରେସର ଏକ ଅଭିଯୋଗରେ ୁବାବେ ରଖିଥିଲେ ।
ଆଉ ସେ ମଧ୍ୟ କହିଛନ୍ତି ସେ କ୍ୟାନ୍ସରରେ ଆକ୍ରାନ୍ତ । ସାଂସଦ କିରଣ ଖେର ଏବେ ମୁମ୍ବାଇ ରେ ଚିକିତ୍ସିତ ହେଉଛନ୍ତି । ଯେଉଁଥି ପାଇଁ ଆସନ୍ତା କିଛି ଦିନ ନାଇଁ ତାଙ୍କ ଲୋକସଭା ଆସନ ତଥା ଚଣ୍ଡିଗଡ ସହରକୁ ଆସିପାରିବେ ନାହିଁ । ୧୯୯୦ ମସିହାରେ ସେ ବଲିଉଡର ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ଫିଲ୍ମ ‘ସର୍ଦ୍ଦାର ବେଗମ’ରେ ପାଦ ଦେଇଥିଲେ। ତାଙ୍କୁ ଏହି ସିନେମା ପାଇଁ ଅନେକ ପୁରସ୍କାର ପ୍ରଦାନ କରିଥିଲେ।