ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ରାଜଧାନୀ ଭୁବନେଶ୍ୱର ମାଡିବାରେ ଲାଗିଛି ମହାମାରୀ କରୋନା । ଆଜି ରାଜଧାନୀ ଭୁବନେଶ୍ୱରରୁ ୨୨ ଜଣ ପଜେଟିବ ଅଛନ୍ତି । ଏହାରି ମଧ୍ୟରୁ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲରୁ ୧୬ ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହା ପରେ ବିଏମସି ପକ୍ଷରୁ ଏହି ହସ୍ପିଟାଲକୁ ସିଲ କରିଦିଆଯାଇଛି ।
Today, the Blue Wheel Hospital was closed because it violated the #COVID19 regulations. The 27 cases detected are mostly the hospital staff & the rest all employee of the hospital has been quarantined & tested.
We request all Don't Panic & follow the #COIVD19 guidelines. 3/3
— BMC (@bmcbbsr) June 24, 2020
ତେବେ କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଏମସି ଏହି ହସ୍ପିଟାଲକୁ ସିଲ୍ କରିଛି । ଏହା ସହ ହସ୍ପିଟାଲକୁ କାରଣ ଦର୍ଶଅ ନୋଟିସ ମଧ୍ୟ ଜାରି କରାଯାଇଛି । ଅନ୍ୟ ପଟେ ହସ୍ପିଟାଲର ଅନ୍ୟ କର୍ମଚାରୀ ମାନଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ କୁହାଯିବା ସହ ସେମାନଙ୍କ କରୋନା ଟେଷ୍ଟ କରାଯାଉଛି ।